ଜୁଲାଇ ୩ରେ ହେବ ଜେଇଇ ଆଡ୍‌ଭାନ୍ସଡ୍‌

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ରେ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏଥର ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ପରିଚାଳନା ଆଇଆଇଟି ଖଡ଼ଗପୁରକୁ ଦାୟିତ୍ବ ଦିଆଯାଇଛି। ଆଇଆଇଟି ଖଡ଼ଗପୁର ପକ୍ଷରୁ ଏ ବର୍ଷ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ପରିଚାଳନା କରାଯିବ ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ସୂଚନା ଦେଇଛନ୍ତି।


କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ କହିଛନ୍ତି ଯେ ୩ ଜୁଲାଇ ୨୦୨୧ରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଏହି ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରିବ ଆଇଆଇଟି ଖଡଗପୁର। ଆଇଆଇଟି ଆଡ୍‌ଭାନ୍ସଡ୍‌ ପରୀକ୍ଷା ଦେବାକୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଦ୍ବାଦଶ ଶ୍ରେଣୀରେ ୭୫%ରୁ ଅଧିକ ନମ୍ବର ରଖିବା ଦରକାର। ଆଇଆଇଟିରେ ନାମଲେଖା ଏବଂ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ଅନ୍ୟାନ୍ୟ ନିୟମ ଓ ଯୋଗ୍ୟତା ବିଷୟରେ ଆଗାମି ଦିନରେ ସୂଚନା ଦିଆଯିବ ବୋଲି ଟ୍ୱିଟ ଯୋଗେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.