‘ଜୟେଶଭାଇ ଜୋରଦାର’: କମେଡ଼ି ସହ ସାମାଜିକ ବାର୍ତ୍ତା, ଦେଖନ୍ତୁ ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୟେଶଭାଇ ଜୋରଦାର’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏଥିରେ ରଣବୀରଙ୍କ ଭିନ୍ନ ଅନ୍ଦାଜ୍ ଦେଖିବାକୁ ମିଳିଛି। ଫିଲ୍ମରେ ସେ ଜଣେ ଗୁଜରାଟୀ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷେ ବୋମନ ଇରାନୀ ରଣବୀରଙ୍କ ପିତା ଭୂମିକାରେ ନଜର ଆସିଛନ୍ତି, ଯିଏ କି ଗାଁର ସରପଞ୍ଚ ଅଛନ୍ତି। ଦର୍ଶକ ଅନେକ ଦିନ ଧରି ଟ୍ରେଲରକୁ ଅପେକ୍ଷା କରି ରହିଥିଲେ। ଏଥି​‌ରେ କମେଡ଼ି ସହ ସାମାଜିକ ବାର୍ତ୍ତ ମଧ୍ୟ ରହିଛି। ‘ଜୟେଶଭାଇ ଜୋରଦାର’ ମେ’ ୧୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ପୁଅ ଓ ଝିଅ ମଧ୍ୟରେ ଥିବା ଭେଦଭାବକୁ ଦର୍ଶାଯାଇଛି। ଶାଳିନୀ ପାଣ୍ଡେ ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି। ନିର୍ଦେଶକ ଦିବ୍ୟାଙ୍ଗ ଠକ୍କର ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି। ନିର୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ରଣବୀର ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବା ସହ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେଇଛନ୍ତି। ଅନେକ କୁସଂସ୍କାର ଉପରୁ ପରଦା ମଧ୍ୟ ଉଠାଇବେ ରଣବୀର।

Comments are closed.