ଉନାଦ୍‌କାତଙ୍କ ନିର୍ବନ୍ଧ ସଂପନ୍ନ

ନୂଆଦିଲ୍ଲୀ  : ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦ୍‌କାତଙ୍କ ନିର୍ବନ୍ଧ ଇତିମଧ୍ୟରେ ସଂପନ୍ନ ହୋଇଯାଇଥିବା ଜଣାପଡ଼ଛି। ୨୮ ବର୍ଷୀୟ ଉନାଦ୍‌କାତ ରବିବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଛାଡ଼ି ନିର୍ବନ୍ଧ ଶେଷ ହୋଇଥିବା ସୂଚନା ଦେଇଥିଲେ। ବାନ୍ଧବୀ ରିନିଙ୍କ ସହ ଉନାଦ୍‌କାତଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।
ସୂଚନାଥାଉକି କିଛିଦିନ ତଳେ ସୌରାଷ୍ଟ୍ର ଦଳକୁ ରଣଜୀ ଟ୍ରଫି ଚମ୍ପିଆନ୍‌ କରାଇବାରେ ଉନାଦ୍‌କାତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଚଳିତ ସିଜିନ୍‌ର ରଣଜୀ ଟ୍ରଫିରେ ୬୭ଟି ୱିକେଟ୍‌ ହାସଲ କରିଥିଲେ। ଉନାଦ୍‌କାତଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.