ଡିଜିଟାଲ ଦୁନିଆରେ ପାଦ ଥାପିବେ ଜୟା ବଚ୍ଚନ, ‘ସଦାବହାର’ରେ ଦମଦାର ଭୂମିକାରେ ଆସିବେ ନଜର

ମୁମ୍ବଇ: ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପାଦ ଥାପିବେ ବଲିଉଡ଼ ଅଭିନେତ୍ରୀ ଜୟା ବଚ୍ଚନ। ସୂଚନା ମୁତାବକ, ଓଟିଟି ପ୍ଲାଟଫର୍ମରେ ଏକ ୱେବସିରିଜରେ ଜୟା ନଜର ଆସିବେ, ଯାହାର ନାଁ ରହିଛି ‘ସଦାବହାର’। ଏଣ୍ଡାମୋଲ ଶାଇନ୍ ଇଣ୍ଡିଆ ପ୍ରୋଜେକ୍ଟରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ମିଳିଥିବା ଖବର ଅନୁସାରେ ଚଳିତ ବର୍ଷ ଫେବୃୟାରୀ ମାସରୁ ହିଁ ଜୟା ଏହାର ଶୁଟିଂ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ଲକଡାଉନ ପାଇଁ ଶୁଟିଂ ବନ୍ଦ କରିଦିଆ ଯାଇଥିବା ବେଳେ ଖୁବ୍ଶୀଘ୍ର ଏହା ପୁଣି ଆରମ୍ଭ ହେବ ବୋଲି ଜଣାପଡ଼ିଛି।

 

 

Comments are closed.