ମାଲକାନଗିରିରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ବ୍ଲକ୍‍ ଅନ୍ତର୍ଗତ ଦଲଦଲି ଜଙ୍ଗଲରେ ରବିବାର ଆଇଇଡି ବିସ୍ଫୋରଣ ଘଟି ଜଣେ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ଏବଂ ତାଙ୍କୁ ଏବେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ମାଓ ଦମନ ନେଇ ବିଏସ୍‍ଏଫ୍‍ ଓ ପୁଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରଣ ଘଟିଛି। ଏହାପରେ ଯବାନମାନେ ଘଟଣାସ୍ଥଳରେ ଖାନତଲାସି ଜୋରଦାର କରିଛନ୍ତି।

Comments are closed.