ବାତ୍ୟା ଜୱାଦ୍‍ ସତର୍କ ସଚେତନତା ରଥ

ବାଙ୍କୀ: ସମ୍ଭାବ୍ୟ ବାତ୍ୟା ଜୱାଦ୍‍ ୩ ଓ ୪ତାରିଖ ୨ଦିନ ଧରି ବିଭିନ୍ନ ଜିଲ୍ଲାରେ ପ୍ରବଳ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗର ଘୋଷଣା କ୍ରମେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଦ୍ୱାରା ବାଙ୍କୀ ଓ ବାଙ୍କୀ ଡମପଡା ବ୍ଲକ ପାଇଁ ବାତ୍ୟା ସମ୍ପର୍କିତ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଛି। ସ୍ୱତନ୍ତ୍ର ବାର୍ତ୍ତା ନେଇ ଏହି ରଥ ଉଭୟ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଚାଷୀମାନଙ୍କୁ ସତର୍କତାମୂଳକ ସଚେତନ କରାଇବ। ଚାଷୀମାନେ ଯେପରି ଅମଳ ଅପେକ୍ଷାରେ ଥିବା ଧାନକୁ କାଟି ଅମଳ କରିବା, ଖଳାରେ ଗଦା ହୋଇଥିବା ଧାନକୁ ଘୋଡାଇ ରଖିବା, କଟା ହୋଇପାରି ନ ଥିବା କ୍ଷେତରେ ମାହାର କାଟି ପାଣିକୁ ନିଷ୍କାସନ କରିବାର ବ୍ୟବସ୍ଥା କରିବା ପାଇଁ ସଚେତନ କରାଯାଇଛି। କୃଷି ଜିଲ୍ଲା ଅଧିକାରୀଙ୍କ ସହ କୃଷି ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ସଚେତନତା ଗାଡି ପରିକ୍ରମା କରିଛି।

Comments are closed.