ରାହୁଳଙ୍କୁ ଜାଭେଦକରଙ୍କ କଟାକ୍ଷ: ପ୍ରଥମେ ଟ୍ୟୁସନ ହୁଅ

ନୂଆଦିଲ୍ଲୀ : ଶିଳ୍ପପତିଙ୍କୁ ଋଣ ଛାଡ଼ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ରଣଦୀପ ସୁରଜେୱାଲ ଅର୍ଥମନ୍ତ୍ରୀଙ୍କୁ ନିଶାଣ କରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ରାହୁୁଳଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ମୋଦୀ ସରକାର କାହାରି ଋଣ ଛାଡ଼ ହୋଇନାହି, ମୋଦୀ ସରକାର କାହାର ଋଣ ଛାଡ଼ କରି ନାହାନ୍ତି । ତେବେ ‘ଋଣ ଛାଡ଼’ ଓ ‘ଋଣକୁ ଛାଡ଼ ଖାତାରେ ପକାଇବା’ ଦୁଇଟିଯାକ ଏକା କଥା ନୁହେଁ । ଏହା ମଧ୍ୟରେ ରହିଥିବା ପାର୍ଥକ୍ୟ ରାହୁଳ ଜାଣିବା ଆବଶ୍ୟକ ଓ ଏଥିଲାଗି ସେ ତାଙ୍କରି ଦଳର ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ନିକଟରେ ଟ୍ୟୁସନ ହୁଅନ୍ତୁ ବୋଲି ପ୍ରକାଶ ଜାଭେଦକର କହିଛନ୍ତି ।  ସେ ଟୁଇଟ୍ କରିଛନ୍ତି, ଋଣକୁ ଛାଡ ଖାତାରେ ପକାଇବା ଆକାଉଣ୍ଟିଂର ଏକ ପ୍ରକ୍ରିୟା ଏବଂ ଏଥିରେ ଋଣ ଖିଲାପକାରୀଙ୍କଠୁ ଅର୍ଥ ଆଦାୟ କିମ୍ବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲାଗେ  ନାହିଁ। ନରେନ୍ଦ୍ର ମୋଦୀ ସରକାର କାହାରି ବି ଋଣ ଛାଡ କରି ନାହାନ୍ତି । ‘ରାଇଟ୍ ଅଫ୍’ ଶବ୍ଦର ଅର୍ଥମନ୍ତ୍ରଣାଳୟ ଅଭିଧାନରେ ଓ ଆର୍ଥିକ ନେଣଦେଣରେ କ’ଣ ତାହା ରାହୁଳ ବୁଝିବା ଆବଶ୍ୟକ ବୋଲି ଶ୍ରୀ ଜାଭେଦକର କହିଛନ୍ତି ।

Comments are closed.