କେରଳରେ ଗର୍ଭବତୀ ହାତୀ ହତ୍ୟା ଘଟଣାକୁ ସାରା ଦେଶର ନିନ୍ଦା, କେରଳ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର

ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ : ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ : କେଳରରୁ ସାଲଲେଣ୍ଟ ଭ୍ୟାଲି ଜଙ୍ଗଲରେ ଗୋଟିଏ ଗର୍ଭବତୀ ହାତୀକୁ ସପୁରି ଭିତରେ ବିସ୍ଫୋରକ (ବାଣ) ରଖି ଖାଇବାକୁ ଦେଇ ଅମାନୁଷିକ ହତ୍ୟା କରିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ସାରା ଦେଶ କେରଳର ଏହି ଘଟଣାକୁ ନିନ୍ଦା କରିଛି । ଏହି ଘଟଣାକୁ ନେଇ କ୍ରୀଡା , ଫିଲ୍ମ ଓ ଶିଳ୍ପ ଜଗତ ସମେତ ସାରା ଦେଶର ସାଧାରଣ ନାଗରିକ ସ୍ବର ଉତ୍ତେଳନ କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ କେନ୍ଦ୍ର ସରକାର ମଧ୍ୟ କେରଳ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର କହିଛନ୍ତି ଯେ କେନ୍ଦ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଘଟଣାରୁ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ କେନ୍ଦ୍ର ସରକାର କେରଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଅପରାଧୀକୁ କୌଣସି ପରିସ୍ଥିତିରେ ଛଡା ଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।


ଅନ୍ୟପଟେ ଏହି ଘଟଣାକୁ କେରଳ ସରକାର ମଧ୍ୟ ଗମ୍ଭୀରତାର ସହ ନେଇଛନ୍ତି ଏବଂ ବନ୍ୟଜନ୍ତୁ ଅପରାଧୀ ଯାଞ୍ଚ ଦଳକୁ ଏହାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ପାଲକ୍କଡ ଜିଲ୍ଲାର ମାନାର୍କାଡ ଜଙ୍ଗଲ ବିଭାଗରେ ହାଥନୀଙ୍କ ମୃତ୍ୟୁ ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ଏବଂ ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ମେ ୨୭ ତାରିଖରେ ଏକ ଗର୍ଭବତୀ ହାତୀ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲରୁ ବାହାରକୁ ଆସିଥିଲା । ଖାଦ୍ୟ ପାଇଁ ନିକଟରେ ଥିବା ଗାଁ କୁ ଚାଲିଯାଇଥିଲା ଏହି ଗର୍ଭବତୀ ହାତୀ । ଏହାପରେ ସ୍ଥାନୀୟ ଲୋକ ହାତୀକୁ ସପୁରୀ ମଧ୍ୟରେ ବିସ୍ଫୋରକୁ ପୁରାଇ ଖାଇବାକୁ ଦେଇଦେଇଥିଲେ । ଏହାପରେ ହାତୀର ପେଟ ଭିତରେ ବିସ୍ଫୋରକୁ ଫାଟି ଯାଇଥିଲା । ହାତୀଟି ଯନ୍ତ୍ରଣା ଯୋଗୁ ବେଲିୟାର ନଦୀ ମଧ୍ୟରେ ୩ ଦିନ ଧରି ପାଣି ଭିତରେ ଛିଡା ହୋଇ ରହିଥିଲା ଓ ତାକୁ କୌଣସି ଚିକିତ୍ସା ସହାୟତା ଯୋଗାଇବା ସମ୍ଭବ ହୋଇ ପାରିନଥିଲା । ପାଣି ଭିତରେ ହାତୀର ମୁହଁ ଓ ଶୁଣ୍ଢ ବୁଡାଇ ରଖିଥିବା ହାତୀର ମୃତ୍ୟୁ ହୋଇ ଯାଇଥିଲା ।

 

Comments are closed.