ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣର ଶୁଭାରମ୍ଭ କଲେ ବିଧାୟକ

ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀର ନାଵ ନିର୍ବାଚିତ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଜଟଣୀର ବହୁ ପ୍ରତିକ୍ଷିତ ରେଳବାଇ ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଖୋର୍ଦ୍ଧା-ପିପିଲି ମୁଖ୍ୟ ରାସ୍ତାର କୁଦିଆରି ଅଞ୍ଚଳରେ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟ ବରାଦରେ ରେଳବିଭାଗ ଓ ପୂର୍ତ୍ତ ବିଭାଗର ମିଳିତରେ ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣ କାର୍ଯ୍ୟା ଆରମ୍ଭ ହୋଇଥିଲା। ମାତ୍ର ବହୁ ବାଦବିବାଦ ମଧ୍ୟରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ହୋଇଥିଲା। ପରେ ଦୁଇ ଦୁଇ ଥର ଟେଣ୍ଡର୍ ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହି ସମୟ ମଧ୍ୟରେ ଫ୍ଲାଏଓଭର୍ ବ୍ରିଜ୍ ତଳେ ୬ଟିରୁ ଅଧିକ ଜୀବନ ମଧ୍ୟ ଯାଇଛି।
ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଜଟଣୀବାସୀ ନୂତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ନିବେଦନ କରିଥିଲେ। ତେଣୁ ବିଧାୟକ ବୁଧବାର ପୁର୍ବାହ୍ନରେ ହୋମଯଜ୍ଞ କରି ପୋଲ ନିର୍ମାଣର ଶୁଭ ଦେଇଥିଲେ। କାର୍ଯ୍ୟକ୍ରମରେ ଠିକା ସଂସ୍ଥାର ଯନ୍ତ୍ରୀମାନଙ୍କ ସହିତ ପୁର୍ତବିଭାଗ ଏସ୍.ଡି.ଓ ବି.ସି. ପ୍ରଧାନ ଯୋଗ ଦେଇଥିଲେ।