ଜଟଣୀରେ ଖାଦ୍ୟ ବାଣ୍ଟିଲେ ବିଧାୟକ

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଜାରି ରହିଥିବାରୁ ବହୁ ଗରିବ ଲୋକ ଖାଦ୍ୟବିନା ଅସୁବିଧାରେ ପଡୁଛନ୍ତି। ସରକାର ଦେଉଥିବା ଖାଦ୍ୟ ପର୍ଯ୍ୟପ୍ତ ହେଉନଥିବାରୁ ଜଟଣୀରେ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି ବିଧାୟକ ସୁରେଶ ଚନ୍ଦ୍ର ରାଉତାରୟ। ୧୫ ଦିନ ଧରି ନାଗରିକ କମିଟି ପକ୍ଷରୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ବରେ ଚାଲିଥିବା ଏହି ଶୁଖିଲା ଖାଦ୍ୟ ପକେଟରେ ଆଳୁ, ପିଆଜ, ତେଲ, ଅଟା, ଡାଲି, ବିସ୍କୁଟ, ସାବୁନ ଆଦି ରହିଥିବା ବେଳେ ମାସ୍କ, ସାନିଟାଇଜର ମଧ୍ୟ ବଂଟନ କରାଯାଇଥିଲା। ପ୍ରାୟ ୩ଶହ ପରିବାରକୁ ଏହି ଖାଦ୍ୟ ବଂଟନ କରାଯାଇଥିବା କୁହାଯାଇଛି। ସାମଜିକ ଦୁରତା ରଖିବା ସହ କରୋନା ସଂକପର୍କରେ ଲୋକଙ୍କୁ ସଚେତନ କରିଥିଲେ ବିଧାୟକ ଶ୍ରୀ ରାଉତରାୟ। ଖାଦ୍ୟ ବଂଟନରେ ସୁଲୁ ରଥ, ଲିଟୁ ଶତପଥୀ, ସମ୍ବିତ ମଙ୍ଗରାଜ, କଳିଙ୍ଗ ସାହୁ, ଏମ ଡି ନାଜିଦ, ରାଜେନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ।