ସୋପୋରରେ ଏନକାଉଣ୍ଟର; ଜୈଶ କମାଣ୍ଡର ସାଜ୍ଜାଦ ନିପାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର ; ଜୈଶ-ଏ-ମହମ୍ମଦ କମାଣ୍ଡର ସାଜ୍ଜାଦ ଅହମ୍ମଦ ଦାରକୁ ବୁଧବାର ଉତ୍ତର କାଶ୍ମୀର ଜିଲ୍ଲା ବାରାମୁଲାର ସୋପୋର ରେ ଭାରତୀୟ ସେନା ନିପାତ କରିଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୁଲିସ ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ, ବୁଧବାର ଉତ୍ତର କାଶ୍ମୀର ସୋପୋରରେ ଆତଙ୍କବାଦୀ ଓ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଭାରତୀୟ ସେନାକୁ ଏକ ବଡ ସଫଳତା ମିଳିଛି। ଜୈଶ-ଏ-ମହମ୍ମଦ କମାଣ୍ଡର ସାଜ୍ଜାଦ ଅହମ୍ମଦ ଦାରକୁ ଭାରତୀୟ ସେନା ନିପାତ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ, ନିହତ ଆତଙ୍କବାଦୀର ମୃତଦେହକୁ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ଜବତ କରାଯାଇଛି। ଏହି ଏନକାଉଣ୍ଟରରେ ଆହୁରି ଅଧିକ ଆତଙ୍କବାଦୀ ସମ୍ପୃକ୍ତ ନେଇ ସମ୍ଭାବନା ଥିବାରୁ ଭାରତୀୟ ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Comments are closed.