ଏନ୍‌ସେଫାଲାଇଟିସ୍‌ ଜ୍ବରରେ ମୃତ୍ୟୁ ସଂଖ୍ୟା ୭୧

ପାଟନା : ବିହାରରେ ପ୍ରାଣଘାତକ ଏନ୍‌ସେଫାଲାଇଟିସ୍‌ ଜ୍ବର ବା ଜାପାନୀ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୭୧ରେ ପହଞ୍ଚିଲାଣି। ସପ୍ତାହକ ମଧ୍ୟରେ ଏହା ଉଗ୍ର ରୂପ ଧାରଣ କରିଛି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଥିବାବେଳେ ଏଠାକାର ୬୧ଶିଶୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲ ଓ କେଜରିୱାଲ ହସ୍ପିଟାଲରେ ୧୫୦ରୁ ଅଧିକ ଶିଶୁ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ପଶ୍ଚିମ ଓ ପୂର୍ବ ଚମ୍ପାରଣ ଜିଲା, ବୈଶାଳୀ, ଶିବହାର, ମୋତିହାରି ସହ ରାଜ୍ୟର ୧୨ ଜିଲାରେ ଏହି ଜ୍ବର ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଏହାର ନିରାକରଣ ପାଇଁ ବିହାର ଓ କେନ୍ଦ୍ର ସରକାର ମିଳିତ ଭାବେ ପଦକ୍ଷେପ ନେଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Comments are closed.