କଡା ପ୍ରତିଦ୍ୱନ୍ଦ୍ୱିତା ପରେ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ବିଜୟୀ ଘୋଷିତ

ଟୋକିଓ: ଜାପାନରେ ଅନୁଷ୍ଠିତ ନିର୍ବାଚନରେ କଡା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଜାପାନର ପ୍ରଧାନମନ୍ତ୍ରୀ ତାଙ୍କର ଶାସକ ଦଳକୁ ଦୃଢ ସଂଖ୍ୟାଗରିଷ୍ଠତା ପ୍ରଦାନ କରିବା ସହିତ ସୋମବାର ଦିନ ବିଜୟୀ ଘୋଷିତ ହୋଇଛନ୍ତି । ଦେଶରେ ଦୀର୍ଘକାଳରୁ ଶାସନ କରୁଥିବା ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ଏବଂ ତାହାର କନିଷ୍ଠ ସହଯୋଗୀ କୋମୋଇତୋକୁ ସଂସର ନିମ୍ନ ସଦନରେ ୪୬୫ ଆସନ ମଧ୍ୟରୁ ୨୯୩ ଆସନ ମିଳିଛି । ଏହା ଅତ୍ୟନ୍ତ କଡା ପ୍ରତିଦ୍ୱନ୍ଦ୍ୱିତା ଥିଲା, କିନ୍ତୁ ଜନସାଧାରଣ ଦେଶର ଭବିଷ୍ୟତକୁ ଏକ ସ୍ଥିର ସରକାର ନେତୃତ୍ୱରେ ବିକାଶ ପଥରେ ନେଇଯିବାକୁ ଏଲଡିପି-କୋମେଇତୋ ସରକାରକୁ ଭୋଟ ଦେଇଥିବା କିଶିଦା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ କିଶିଦା ଏକମାସ ହେଲା ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ମେଣ୍ଟ ସଂସଦରେ ମୋଟ ୩୦୫ ଆସନ ହାସଲ କରିଥିଲା ।

Comments are closed.