ଜାପାନୀ ମହିଳା କୁସ୍ତିଯୋଦ୍ଧାଙ୍କ ରହସ୍ୟମୟ ମୃତ୍ୟୁ

ଟୋକିଓ : ସାରା ବିଶ୍ବରେ ‌କୋଭିଡ୍‌-୧୯ ଯୁଦ୍ଧ ଚାଲିଥିବା ବେଳେ ଜଣେ ଯୁବ ଜାପାନୀ କୁସ୍ତିଯୋଦ୍ଧାଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି। ୨୨ ବର୍ଷୀୟା ପେସାଦାର କୁସ୍ତିଯୋଦ୍ଧା ହାନା କିମୁରା ରହସ୍ୟଜନକ ଭାବେ ନିଜ ଘରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଖୋଜା ଚାଲିଛି। ଏହା ପରେ ପେସାଦାର କୁସ୍ତି ସମ୍ପ୍ରଦାୟ ହାନାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି।
ଟୋକିଓ ‘ଟେରାସ୍‌ ହାଉସ୍‌’ ରିଅଲିଟି ଶୋ’ରେ ହାନା ଅଭିନୟ କରୁଥିଲେ। ଏହି ଶୋ’ରେ ୩ ପୁରୁଷ ଓ ୩ ମହିଳା ତାଙ୍କ ସହିତ ସାମିଲ ରହିଥିଲେ। ଇଷ୍ଟାଗ୍ରାମ୍‌ରେ ହାନା ଛାଡ଼ିଥିବା ଫଟୋରେ ସେ ଖୁସି ନ ଥିବା ଲେଖିଥିଲେ।
ହାନା କିମୁରା ୨୦୧୬ରେ ରେସ୍‌ଲର୍‌-୧ରେ ପଦାର୍ପଣ କରିଥିଲେ। ସେ ଜେଡବ୍ଲ୍ୟୁପି ଜୁନିୟର ଚାମ୍ପିୟନ୍‌ସିପ୍‌ ଟାଇଟଲ୍‌ ହାସଲ କରିଥିଲେ। ଏହାପରେ ୨୦୧୯ରେ ଷ୍ଟାର୍‌ଡମ୍‌ରେ ଯୋଗ ଦେଇଥିଲେ ଏବଂ ଦୁଇଥର ଆର୍ଟିଷ୍ଟ ଅଫ୍‌ ଷ୍ଟାର୍‌ଡମ୍‌ ଚାମ୍ପିୟନ୍‌ସିପ୍ ବିଜୟୀ ହୋଇଥିଲେ।

Comments are closed.