୧୪ ଘଣ୍ଟା ପରେ ସ୍ୱାଭାବିକ ହେଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ

ଅତ୍ୟଧିକ ଭୂସ୍ଖଳନ ହେତୁ ୧୪ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ୨୭୦ କିଲୋମିଟର ଦୀର୍ଘ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ସକାଳୁ ଯାତାୟାତ ସ୍ୱାଭାବିକ ହୋଇଛି। ଶନିବାର ରାତି ପ୍ରାୟ ୭ଟା ସମୟରେ ଚାନ୍ଦକୋଟ୍ ଅଞ୍ଚଳର ଭୁମ୍ ନିକଟରେ ରାଜପଥରେ ଏହି ଭୂସ୍ଖଳନ ଘଟିଥିଲା ଏବଂ ଏଥିଯୋଗୁ ପ୍ରାୟ ୨ ହଜାରରୁ ଅଧିକ ଯାନବାହନ ଅଟକି ରହିଥିଲା।

ଭୂସ୍ଖଳନ ହେବାର କିଛି ସମୟ ପରେ ସଂପୃକ୍ତ ସଡକ ରକ୍ଷଣାବେକ୍ଷଣ ସଂସ୍ଥା ପକ୍ଷରୁ ରାତିସାରା ଆବର୍ଜନା ସଫେଇ କାର୍ଯ୍ୟ ଚାଲିଥିଲା ଫଳରେ ସକାଳୁ ଯାତାୟାତ ସ୍ୱାଭାବିକ ହୋଇଥିବା ଟ୍ରାଫିକ୍ ବିଭାଗର ଅଧିକାରୀମାନେ କହିଛନ୍ତି। ଅଟକି ରହିଥିବା ଯାନଗୁଡିକ ନିଜ ଗନ୍ତବ୍ୟ ପଥରେ ଯିବା ପରେ ଶ୍ରୀନଗର ଅଭିମୁଖେ ଯାଉଥିବା ଯାନଗୁଡ଼ିକୁ ଜାମ୍ମୁରୁ ଦିନକ ପରେ ଯିବାକୁ ଅନୁମତି ଦିଆଯିବ ବୋଲି ଜଣାପଡିଛି।

Comments are closed.