ଜମ୍ମୁ-କାଶ୍ମୀର ସ୍କୁଲରେ ଆତଙ୍କବାଦୀ ଆକ୍ରମଣ ; ୨ ଶିକ୍ଷକ ମୃତ

ଶ୍ରୀନଗର : ପୁଣି ଜମ୍ମୁ-କାଶ୍ମୀରରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗରର ଇଦଗାହ ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରବେଶ କରି ଆତଙ୍କବାଦୀ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୨ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ହିନ୍ଦୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଖ୍‍ ବୋଲି ଜଣାପଡିଛି। ସେମାନେ ହେଲେ ସ୍କୁଲର ପ୍ରିନ୍ସପାଲ ସତିନନ୍ଦର କୌର ଓ ଶିକ୍ଷକ ଦିପକ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ସ୍କୁଲକୁ ପ୍ରବେଶ କରି ଗୁଳିଚାଳନା କରିବା ସହ ଉକ୍ତ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ସମୟରେ ସେନାବାହିନୀ ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ୩ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।

 

Comments are closed.