ଜମ୍ମୁରେ ସନ୍ଦିଗ୍ଧ ବ୍ୟାଗ୍‍ ଜବତ ; ରାଜମାର୍ଗରେ ଦେଖାଗଲେ ୪ ଜଣ ସନ୍ଦିଗ୍ଧ

ଜମ୍ମୁ : ଜମ୍ମୁର ସତବାରୀ ଅଞ୍ଚଳରେ ଶନିବାର ଏକ ସନ୍ଦିଗ୍ଧ ବ୍ୟାଗ୍‍ ମିଳିବା ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପୁଲିସର ଏକ ଟିମ ତଦନ୍ତ ଆରମ୍ଭ କରିଛି। ଏହାସହ କିଶତୱାର ଜିଲାରେ ବିସ୍ଫୋରଣର ଉପକରଣ ମଧ୍ୟ ଜବତ କରାଯାଇଛି। ଉକ୍ତ ଉପକରଣକୁ ନିଷ୍କ୍ରିୟ କରାଯାଇଛି।
ଜିଲାର କୁରିୟା ପୋଲ ନିକଟରେ କେଶୱାନ ରାସ୍ତାରେ ସେନାଙ୍କ ୨୬ ଆରଆର (ରାଷ୍ଟ୍ରୀୟ ରାଇଫଲ୍ସ) ଓ ପୁଲିସଙ୍କ ଟିମ ତଲାସି ଅଭିଯାନ ସମୟରେ ବିସ୍ଫୋରକ ଜବତ କରିଥିଲେ। ଏହାସହ ବୋମା ନିଷ୍କ୍ରିୟ ଟିମ ଘଟଣା ବିଷୟରେ ଖବର ପାଇ ଏହାକୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଥିଲେ। ଯାଦ୍ୱାରା ସୁରକ୍ଷାକର୍ମୀ ଏକ ବଡ଼ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଥିଲେ। ଏହାସହ ଜମ୍ମୁର ରାଜୋରୀ ରାଜମାର୍ଗରେ ୪ ଜଣ ସନ୍ଦିଗ୍ଧଙ୍କୁ ଏକ କାରରେ ଯାଉଥିବାର ଦେଖାଯାଇଛି। ସେମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଛି।
ସ୍ୱତନ୍ତ୍ରତା ଦିବସ କାରଣରୁ ସମ୍ପୂର୍ଣ୍ଣ ପ୍ରଦେଶରେ ସୁରକ୍ଷା ଏଜେନ୍ସି , ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି। ଜମ୍ମୁ ସହରରେ ହାଇଆଲର୍ଟ ଜାରି କରାଯାଇଛି। ଏହାସହ ସୀମାରେ ମଧ୍ୟ ସେନା ଓ ବିଏସଏଫଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.