ଜମ୍ମୁରେ ଗଭୀର ଖାଇକୁ ଖସିଲା ଗାଡି ; ସାତ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଜୋଜିଲା ନିକଟରେ ଏକ ଟବେରା ଗାଡି ଗଭୀର ଖାଇକୁ ଖସି ପଡିଛି। ଦୁର୍ଘଟଣାରେ ଟବେରାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ସାତ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଏକ ଟବେରା ଗାଡି ବୁଧବାର ବିଳମ୍ବିତ ରାତିରେ ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗରୁ ଖସି ପ୍ରାୟ ୪୦୦ ରୁ ୫୦୦ ଫୁଟ୍‍ ତଳକୁ ଜୋଜିଲାରେ ଗଭୀର ଖାଇକୁ ଖସି ପଡିଥିଲା। ଖବର ପାଇବା ମାତ୍ରେ ପୁଲିସ,ସେନା ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଗାଡିଟି କାରଗିଲ୍‍ ରୁ ଶ୍ରୀନଗର ଯାଉଥିଲା ବୋଲି ସୂଚନା ମିଳିଛି।

Comments are closed.