ଜାମ୍ମୁକାଶ୍ମୀର: ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରର ସୋପିଆ ଜିଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ  ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏ ସମ୍ପର୍କରେ ଜାମ୍ମୁକାଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ଖବର ମିିଳିଥିଲା, ମାତ୍ର ପରେ ଆଉ ୨ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ରାଜ୍ୟ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋପିଆଁର କିଲୁରା ଅଞ୍ଚଳର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଜଣେ ଆତଙ୍କବାଦୀଙ୍କୁ ଜୀବିତ ଅବସ୍ଥାରେ ଧରାଯାଇପାରିଛି ଓ ଗୁଳିବିନିମୟ କାଳରେ ଅନ୍ୟ ୪ ଆତଙ୍କବାଦୀ ମୃତ୍ରୁବରଣ କରିଛନ୍ତି ।

କାଶ୍ମୀର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ ଅଲବଦର ଜିଲା କମାର୍ଡର ଶକୁର ଓ ଅନ୍ୟଜଣେ ଆତଙ୍କବାଦୀ ସୁହେଲ ଭଟ୍ଟ ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ ସମୟରେ ମୃତ୍ୟୁବରଣ କରିଛନ୍ତି । ସୁହେଲ ଭଟ୍ଟ ନିକଟରେ ଖାନମୋହର ସରପଞ୍ଚଙ୍କୁ ଅପହରଣ ଓ ପରେ ହତ୍ୟା କରିଥିଲା । ଏନକାଉଣ୍ଟରରେ କୌଣସି ଯବାନ ଆହତ ହୋଇନାହାନ୍ତି । ଏହା ସହ ଆସନ୍ତା ନଭେମ୍ବର ମାସରୁ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜୟକୁମାର କହିଛନ୍ତି ।

Comments are closed.