କାଶ୍ମୀରରେ ଗୁଜର ଏବଂ ବକରୱାଲ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟିଲେ ଅମିତ ଶାହା

କାଶ୍ମୀର : ଜାମ୍ମୁ କାଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୁଜର ଏବଂ ବକରୱାଲ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ସାକ୍ଷାତକାର ସମୟରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ, ଗୃହ ସଚିବ ରାଜୀବ ଗାୱା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଅମିତ ଶାହା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ଏହି ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅମିତ ଶହା ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶାହା ସହିଦ ପୁଲିସ୍‍ ଇନ୍ସପେକ୍ଟର ଅଶରଦ ଖାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ପ୍ରକାଶ ଯେ ଜୁନ ୧୨ରେ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଏସଏଚଓ ଅଶରଦ ଖାନଙ୍କ ମୃତ୍ୟୁ ଘଟିଥିଲା। ଅଶରଦଙ୍କ ଦୁଇ ଛୋଟ ପୁଅ ଅଛନ୍ତି। ଏହି ଆକ୍ରମଣରେ ସିଆରପିଏଫର ୫ ଯବାନଙ୍କ ମୃତ୍ୟୁ ଘଟିଥିଲା। ଶ୍ରୀନଗରରେ ରହୁଥିବା ଅଶରଦ ୨୦୦୨ରେ ପୁଲିସରେ ଭର୍ତ୍ତି ହୋଇଥିଲେ।

Comments are closed.