୩ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଅପରାହ୍ଣରେ ଆତଙ୍କବାଦୀଙ୍କ ଆକ୍ରମଣରେ ସିଆରପିଏଫର ୩ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗୁଳି ବିନିମୟରେ ଅନ୍ତନାଗ ପୁଲିସ୍‍, ଏସଏଚଓ ଓ ସିଆରପିଏଫର ୩ ଜଣ ଯବାନଙ୍କ ଦେହରେ ଗୁଳି ବାଜିଛି। ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କେପି ରୋଡ଼ରେ ପୁଲିସ୍ ଓ ସିଆରପିଏଫର ଏକ ପାଟ୍ରୋଲିଂ ଦଳ ଉପରକୁ ଅତର୍କିତ ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସିଆରପିଏଫର ୩ ଜଣ ଯବାନ ସହିଦ ହୋଇଥିଲେ । ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

Comments are closed.