ଇଂଲଣ୍ଡ ଟେଷ୍ଟ ଦଳକୁ ଫେରିଲେ ଆଣ୍ଡରସନ୍‌

ଲଣ୍ଡନ  : ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଶନିବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ଆଘାତଜନିତ କାରଣରୁ ବେଶ୍‌ କିଛିଦିନ କ୍ରିକେଟ୍‌ରୁ ଦୂରେଇ ରହିଥିବା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଫିଟ୍ ହୋଇ ଦଳକୁ ଫେରିଛନ୍ତି।
ଇଂଲଣ୍ଡ ତରଫରୁ ସର୍ବାଧିକ ୫୭୫ଟି ଟେଷ୍ଟ ୱିକେଟ୍‌ ହାସଲ କରିଥିବା ଆଣ୍ଡରସନ୍‌ ଗତ ଅଗଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କ ଡାହାଣ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଫଳରେ ସେ ଆସେସ୍ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ଏହାପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରୁ ମଧ୍ୟ ବାଦ୍ ପଡ଼ିଥିଲେ। ଆଣ୍ଡରସନ୍‌ଙ୍କ ବ୍ୟତୀତ ଅନ୍ୟତମ ଦ୍ରୁତ ବୋଲର ମାର୍କ ଉଡ୍‌ ମଧ୍ୟ ଇଂଲଣ୍ଡ ଦଳକୁ ଫେରିଛନ୍ତି। ଉଡ୍‌ଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି।
ତେବେ ସେ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ସେଠାରେ ଦଳୀୟ ଡାକ୍ତର ତାଙ୍କର ପରୀକ୍ଷାନିରୀକ୍ଷା କରିବା ପରେ ଉଡ୍ ମ୍ୟାଚ୍‌ ଖେଳିପାରିବେ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ୱିକେଟରକ୍ଷକ ଜନି ବେୟାରଷ୍ଟୋ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।
ଇଂଲଣ୍ଡ ଟେଷ୍ଟ ଦଳ : ଜୋ ରୁଟ୍ (ଅଧିନାୟକ), ଜେମ୍‌ସ ଆଣ୍ଡରସନ୍‌, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ଼, ରୋରି ବର୍ଣ୍ଣସ୍‌, ଜସ୍‌ ବଟଲର, ଜାକ୍‌ କ୍ରଲି, ସାମ୍‌ କରନ୍‌, ଜୋ ଡେନ୍‌ଲେ, ଜାକ୍‌ ଲିଚ୍‌, ମ୍ୟାଥୁ ପାର୍କିନସନ୍‌, ଓଲି ପୋପ୍‌, ଡୋମିନିକ୍‌ ସିବ୍‌ଲେ, ବେନ୍‌ ଷ୍ଟୋକ୍‌ସ, କ୍ରିସ୍‌ ୱକ୍‌ସ ଓ ମାର୍କ ଉଡ୍‌

Comments are closed.