ଲଘୁଚାପ ଜନିତ ବର୍ଷା ; ବିପଦ ସଙ୍କେତ ଟପିଲା ଜଳକା ନଦୀ

ବାଲେଶ୍ୱର : ଜଳକା ନଦୀ ବିପଦ ସଙ୍କେତ ଟପିଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲା ବସ୍ତାର ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ଲଘୁଚାପ ଜନିତ ବର୍ଷା ପାଇଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି। ନଦୀର ଉପର ମୁଣ୍ଡରେ ବର୍ଷା ହେବ କାରଣରୁ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡ଼ା ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଉଛି। ଏଭଳି ଭାବେ ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା କରାଯାଉଛି।

Comments are closed.