ବାଲୁଙ୍କେଶ୍ୱର ପୋଖରୀରେ ‘ଜଳ ଉତ୍ସ ସୁରକ୍ଷା ଦିବସ’ ପାଳନ

ଭୁବନେଶ୍ବର: ଜଳ ପ୍ରଦୂଷଣକୁ ନେଇ ଦିନକୁ ଦିନ ସମସ୍ୟା ଉତ୍କଟ ହେଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଜଳାଶୟ ଗୁଡିକ ସର୍ବାଧିକ ଦୂଷିତ ହେଉଛି। ଦୂଷିତ ଜଳାଶୟକୁ ସଫେଇ କରି ପରିବେଶକୁ ପରିଷ୍କାର ରଖିବାପାଇଁ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଓଡିଶା ହେତୁବାଦୀ ସମାଜ ପକ୍ଷରୁ ‘ଜଳ ଉତ୍ସ ସୁରକ୍ଷା ଦିବସ’ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ପୋଖରୀ ସଫେଇ କରାଯାଇଛି। ଆଜି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରର ସଫେଇ କାର୍ଯ୍ୟ କରାଯାଇଥିଲା।

 

ଏଥିରେ ସମାଜର ସଭାପତି ପ୍ରତାପ କୁମାର ରଥ, ସଦସ୍ୟ ସୁଧାଂଶୁ ଶେଖର ଧଡ଼ା, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ସଭାପତି ସୀତା ବଲ୍ଲବ ମହାପାତ୍ର, ଅମିତ କଲେଜର ଅଧ୍ୟାପକ ଟିକାୟତ ନାୟକ, ପୂର୍ବତନ ଛାତ୍ର ଆଦିତ୍ୟ ଦାସ, ଦିପ୍ତିମୟୀ ନାୟକ, ସ୍ମୃତିଶ୍ରୀ ମିଶ୍ର, ସ୍ଥାନୀୟ ଯୁବ ସମାଜସେବୀ ସଦାଶିବ ମହାକୁଡ, ଗଣେଶ ବେହେରା, ସଞ୍ଜନା ଲେଙ୍କା ପ୍ରମୁଖ ପୋଖରୀ ସଫେଇ କରିଥିଲେ। ସ୍ଥାନୀୟ ଜନପ୍ରତିନିଧି ନବ କିଶୋର ବେହେରା ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥିଲେ। ଗତ ସାତ ବର୍ଷ ହେଲା ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ, ଅମିତ କଲେଜ ସାମ୍ବାଦିକତା ବିଭାଗ, ଟିଜି ସୁରକ୍ଷା ଟ୍ରଷ୍ଟ ମିଳିତ ଭାବେ ଏହି ସଫେଇ କାର୍ୟ୍ୟକ୍ରମ କରି ଆସୁଛନ୍ତି।

Comments are closed.