କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛନ୍ତି। ଟ୍ୱିଟରରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘କରୋନାର କିଛି ଲକ୍ଷଣ ଦେଖି ମୁଁ କରୋନା ପରୀକ୍ଷା କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସଂସ୍ପର୍ଷରେ ଆସିଥିଲେ, ନିଜକୁ ସଂଗରୋଧରେ ରଖନ୍ତୁ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ। ‘
अस्वस्थता के कुछ लक्षण दिखने पर मैंने कोरोना टेस्ट करवाया और मेरी रिपोर्ट पॉजिटिव आई है। डॉक्टर्स की सलाह पर अस्पताल में भर्ती हो रहा हूँ। मेरा अनुरोध है कि गत दिनों में मेरे संपर्क में जो लोग आये हैं वह स्वयं को आइसोलेट कर अपनी जाँच करवाएं। आप सभी स्वस्थ रहें और अपना ध्यान रखें।
— Gajendra Singh Shekhawat (@gssjodhpur) August 20, 2020