ଅସହାୟ ପରିବାର ପାଇଁ ସାହାରା-ଯୁବ ସମାଜସେବୀ ହିମାଂଶୁ

ଯାଜପୁର: ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶ କ୍ରମେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯଥା କୋରାଇ ନିର୍ବାଚନ ମଣ୍ଡଳୀ ର ରଣପୁର ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁରର ଜଣେ ଯୁବକ ଯେ କି ସେ ତାଙ୍କ ପରିବାରର ସେ ଜଣେ ରୋଜଗାରିଆ ପୁଅ ଥିଲେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଫଳରେ ତାଙ୍କ ପରିବାରର ରୋଜଗାର ବାଟ ବନ୍ଦ ହୋଇଗଲା । ଏହି ଦୁଃଖଦ ଖବର ପାଇ ଟ୍ରଷ୍ଟର ସଦସ୍ୟ ମାନେ ସେଠାରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା କରିବା ସହ ରାସନସାମଗ୍ରୀ ପ୍ରଦାନ କରିଥିଲେ। ସେହି କୋରାଇ ବ୍ଲକ ଅନ୍ତର୍ଗତ ବ୍ୟାସନଗର ଅଞ୍ଚଳର ଚାରି ପୁଅ ଝିଅର ମାଆ ଏକ ବିଷାକ୍ତ ସାପ କାମୁଡ଼ାରେ ମୁର୍ତ୍ୟୁ ବରଣ କରିଥିଲେ। ସେହି ପିଲା ବାପାଙ୍କ ପାଖରେ ଆଶ୍ରୟ ନେଇଥିବା ଖବର ପାଇ ଟ୍ରଷ୍ଟର ସଦସ୍ୟ ମାନେ ତାଙ୍କ ନିକଟରେ ପହଂଚି ତାଙ୍କ ଆର୍ଥିକ ସାହାଯ୍ୟ କରିବା ସହ ରାସନସାମଗ୍ରୀ ପ୍ରଦାନ କରିଥିଲେ। ସେହି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ଚିତ୍ରକୂଳ ପଞ୍ଚାୟତର ଦୁଇ ପରିବାର ବାପା  ଛେଉଣ୍ଡ ଥିବା  ପିଲାଙ୍କ ଖବର ପାଇ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା କରିବା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହାସହିତ ବରୀ ନିର୍ବାଚନ ମଣ୍ଡଳୀର  ବରୀ ବ୍ଲକ ଅନ୍ତର୍ଗତ ରାଉତରା ପୁର ପଂଚାୟତ କୁଣ୍ଡପାଟଣା ଗ୍ରାମର ଏକ ଦମ୍ପତି ଯେ କି ସ୍ୱାମୀ ଦୃଷ୍ଟି ଶକ୍ତି ହରାଇଥିବା ବେଳେ ସ୍ୱାମୀ ସ୍ତ୍ରୀ ଦୁହେଁ ଗାଁ ଗାଁ ଭିକ୍ଷାବୃତ୍ତି କରୁଥିବା ଖବର ପାଇ ଟ୍ରଷ୍ଟର ସଦସ୍ୟ ମାନେ ତାଙ୍କୁ ଆର୍ଥିକ ସାହାଯ୍ୟ କରିବା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

Comments are closed.