ଧର୍ମଶାଳାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୬ଷ୍ଠତମ ଶ୍ରାଦ୍ଧ ବାର୍ଷିକ ଦିବସରେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଧର୍ମଶାଳା ନିର୍ବାଚ୍ଚନ ମଣ୍ଡଳୀର ୬ଗୋଟି ଜୋନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ଧର୍ମଶାଳାର ଜନସାଧାରଣ ୧୧୦୦ ରକ୍ତଦାତା ଏଭଳି ମହାମାରି କରୋନା ସମୟରେ ରକ୍ତଦାନ କରିଥିବାରୁ ଅନେକ କରୋନା ରୋଗରେ ଆକ୍ରାନ୍ତିତ ହୋଇ ଚିକିତ୍ସିତ ହୋଉଥିବା ରୋଗୀମାନଙ୍କ ପାଇଁ ଏହି ଯେଉଁ ରକ୍ତ ସଂଗ୍ରହ କରାଯାଇଛି ତାଙ୍କ ଜୀବନ ବଞ୍ଚାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରକ୍ତଦାତା ଏବଂ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଧର୍ମଶାଳା ବିଜୁ ଜନତା ଦଳ କର୍ମୀମାନଙ୍କୁ ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଫେସବୁକ୍‍ ଏବଂ ଟୁଇଟର ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ଧର୍ମଶାଳାରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳେଇ ଦେଇଛି ଏବଂ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏ ବାର୍ତ୍ତା ଧର୍ମଶାଳାର ବରିଷ୍ଠ, ଯୁବ, ଛାତ୍ର, ମହିଳା ଏବଂ ଗାର୍ଲସ ୱିଙ୍ଗ୍‍ କର୍ମକର୍ତ୍ତାଙ୍କ ପାଖରେ ପହଞ୍ଚିଲା ପରେ ସମସ୍ତଙ୍କ ମନରେ ସାମାଜିକ ଜନକଲ୍ୟାଣ କାର୍ଯ୍ୟ କରିବା ପାଇଁ ଉତ୍ସାହ ଓ ଆଗ୍ରହ ବଢିଯାଇଛି ବୋଲି କହିଛନ୍ତି।

Comments are closed.