ନଦୀରେ ବୁଡ଼ି ବୃଦ୍ଧ ମୃତ

ଯାଜପୁର: ବୁଢା ନଦୀରେ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର ରଙ୍କ ବେହେରା ।
ସୂଚନା ଯୋଗ୍ୟ, ଆଜି ସକାଳୁ ରଙ୍କ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ରଙ୍କଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା । ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ ବୋଲି ଜଣାପଡ଼ିଛି। । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.