ବାଣଫୁଟି ଜଣେ ମୃତ, ୨ ଗୁରୁତର

ଯାଜପୁର: ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣରେ ଘର ମାଲିକ କାଳିନ୍ଦୀ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘର ମାଲିକଙ୍କ ଝିଅ ଓ ପଡୋଶୀ ଘରର ଜଣେ ଝିଅ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ଅଳକୁଣ୍ଡ ଥାନା ବାସୁଦେବପୁର ଗ୍ରାମରେ କାଳନ୍ଦି ମଳିକ ନିଜ ପରିବାର ଲୋକଙ୍କ ସହିତ ବାଣ ଭିଡୁଥିଲେ। ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ କାଳନ୍ଦିଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ୨ ଝିଅଙ୍କୁ ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ଅଳକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.