ପୂଜା ମଣ୍ଡପରେ ପୂଜାର୍ଚନା କଲେ ମନ୍ତ୍ରୀ

ଯାଜପୁର: ପବିତ୍ର ଦୁର୍ଗା ପୂଜା ଅବସରରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୂଜା ମଣ୍ଡପକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ମଙ୍ଗଳବାର ସକାଳୁ ଇଂ ଘଡାଇ ସୁକିନ୍ଦା ଓ ଦାନଗଦି ବ୍ଲକର ବିଭିନ୍ନ ପୂଜା ମଣ୍ଡପ ଗସ୍ତ କରିଥିଲେ। ସେଠାରେ ବହୁ ଦଳୀୟ ନେତା, କର୍ମୀ, ସାଧାରଣ ଜନତା ଓ ପୂଜା ମଣ୍ଡପ କର୍ମକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ। କିଛି ପୂଜା ମଣ୍ଡପରେ ମନ୍ତ୍ରୀ ପୂଜା ପାଠ ମଧ୍ୟ କରିଥିବା ଦେଖା ଯାଇଥିଲା। ଏହି ଅବସରରେ ଇଂ ଘଡାଇ ଶକ୍ତିମୟୀ ମା ସମସ୍ତଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି।

Comments are closed.