ଅଖଣ୍ଡ ଭାରତର ବାର୍ତ୍ତା ଦେଉଛି ତ୍ରିରଙ୍ଗା; ଜିଲ୍ଳାପାଳ 

ଯାଜପୁର:  ତ୍ରିରଙ୍ଗା ଆମ ଗର୍ବ ଓ ଗୈାରବର ପ୍ରତୀକ । ସାରା ଦେଶ ସ୍ୱଧୀନତାର ଅମୃତ ମହୋତ୍ସବ ପାଳନ କରିଛି ।  ଶାନ୍ତି, ମୈତ୍ରୀ, ବିବିଧତା ମଧ୍ୟରେ ଏକତା, ଭାଇଚାରା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଖଣ୍ଡ ଭାରତର ବାର୍ତ୍ତା ଦେଉଛି ତ୍ରିରଙ୍ଗା ।  ତେଣୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ଭାଗିଦାରୀ ହେବାକୁ ପବିତ୍ର ସ୍ୱାଧୀନତା ଦିବସରେ ଆହ୍ୱାନ ଦେଇଛନ୍ତି  ଜିଲ୍ଳାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ।  ସୋମବାର ୭୬ ତମ ଯାଜପୁର ଜିଲ୍ଳା ସ୍ତରୀୟ ସ୍ୱାଧୀନତା ଦିବସ ଜିଲ୍ଳା ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଜିଲ୍ଳାପାଳ ଶ୍ରୀ ରାଠୋର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।  ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କର ତ୍ୟାଗପୂତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ ।  ଓଡିଶା ତଥା ଯାଜପୁରର ସ୍ୱାଧୀନତା ସଂଗ୍ରାମର ସ୍ମୃତି ଚାରଣ କରି ଜିଲ୍ଳାର ସଂଗ୍ରାମୀ ମାୟାଧର ଭୂୟାଁ, ସାନନ୍ଦ ସ୍ୱାଇଁ, ସାଉଁଟି ମଲ୍ଲିକ ଓ ହାଡିବନ୍ଧୁ ପଣ୍ଡାଙ୍କ ବୀରତ୍ୱକୁ ସ୍ମରଣ କରିଥିଲେ ।  ଦେଶ ସ୍ୱାଧୀନତା ଲାଭ କରିବା ପରେ ଅନେକ ବିକାଶ ରାଜ୍ୟ ଓ ଦେଶରେ ଘଟିଛି ।

ସରକାର ମଧ୍ୟ ଅନେକ ଜନ କଲ୍ୟାଣ ଯୋଜନା କରିଛନ୍ତି ।  ସରକାରୀ କାର୍ଯ୍ୟରେ ସ୍ୱଚ୍ଚ୍ଥତା, ସମନ୍ୱୟ, ସମୟାନୁବର୍ତ୍ତିତା, ବୈଷୟିକ ଜ୍ଞାନର ଉପଯୋଗ, ରୂପାନ୍ତକରଣ ପାଇଁ ୫ଟି  ପ୍ରଣୟନ ସହ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବାକୁ ସରକାରଙ୍କ ସହ ଯାଜପୁରକୁ ଏକ ବିକଶିତ ଜିଲ୍ଳା ଭାବେ ପରିଗଣିତ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଶ୍ରୀ ରାଠୋର ଅନୁରୋଧ କରିଥିଲେ ।  ସରକାର ଧାର୍ଯ୍ୟ କରିଥିବା କୋଭିଡ ମାର୍ଗଦର୍ଶିକା ଆଧାରରେ ସ୍ୱାଧୀନତା ଦିବସ ଆୟୋଜିତ ହୋଇଥିଲା ।  ଆରକ୍ଷୀ ବିଭାଗର ଗୋଟିଏ ପ୍ଳାଟୁନ ଯୋଗ ଦେଇଥିବା ବେଳେ ପୁଲିସ ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୨ ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଊତ୍ତରୀୟ ଓ ପ୍ରଶଂସା ପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ ।  ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେହିପରି ଜିଲ୍ଳା କାର୍ଯ୍ୟାଳୟ ଠାରେ ଜିଲ୍ଳାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକ, ଊପଜିଲ୍ଳାପାଳ ଗୋପୀନାଥ କୁଅଁରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା ।  ବାଳାଶ୍ରମ ପରିସରରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମଲ୍ଲିକ ଜାତୀୟ ପତାକା ଊତ୍ତୋଳନ କରିଥିଲେ ।  ପ୍ରତ୍ୟୁଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଳା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଊପସଭାପତି ଗଣେଶ୍ୱର ବରାଳ,  ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍, ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେଉରିଆ, ଊପଜିଲ୍ଳାପାଳ ଗୋପୀନାଥ କୁଅଁର, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ, ଡା. ସୁଧାଂଶୁ ଶେଖର ବଳ, ଡା. ଅନୁପ କୁମାର ନାଥଶର୍ମା,  ଜିଲ୍ଳା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସୁବାସ ଚନ୍ଦ୍ର ସାମଲ,  ଜିଲ୍ଳା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳିକ ଓ  ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବାଳାଶ୍ରମ ଓ ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।  ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗର ସମସ୍ତ କର୍ମଚାରୀ  ପକ୍ଷରୁ ସମାରୋହର ସମସ୍ତ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା ।  ସଂସ୍କୃତି ଭବନ , ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳ. ଜିଲ୍ଳା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା ।

Comments are closed.