୨୯ ତାରିଖରୁ ଖୋଲିବ ମାଆ ବିରଜାଙ୍କ ମନ୍ଦିର

ଯାଜପୁର : ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । ମହାମାରୀ କରୋନା ପାଇଁ ଦୀର୍ଘ ଦଶ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ର‍ାଠୋର ସୂଚନା ଦେଇଛନ୍ତି।

ଭକ୍ତଙ୍କ ଗହଳି ଏଡାଇବା ପାଇଁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ । ତାପରେ ସର୍ବସାଧାରଣ ଦର୍ଶନ ପୁଣି ଚାଲିବ । କୋଭିଡ୍ କଟକଣାରେ ଭିତରେ ମାଆଙ୍କ ଦର୍ଶନ ଚାଲିବ। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ। ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ କହିଛନ୍ତି। ଦୀର୍ଘ ୧୦ ମାସ ପରେ ମାଆଙ୍କୁ ଦର୍ଶନ କରିବେ ଭକ୍ତ । କରୋନା ମହାମାରୀ ଯୋଗୁ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ ।

Comments are closed.