ଯାଜପୁର ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ପରିସରରେ ଲୋକ ଅଦାଲତ

ଯାଜପୁର : ଯାଜପୁର ଜିଲା ମୁଖ୍ୟବିଚାର ବିଭାଗୀୟ ଅଦାଲତ ପରିସରରେ ଶନିବାର ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଳା ଦୈାରା ଜଜ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଲୋକ ଅଦାଲତରେ କ୍ରିମିନାଲ ମାମଲା, ଚେକ୍ ବାଉନ୍ସ ମାମଲା ଏବଂ ବ୍ୟାଙ୍କ ପ୍ରିଲିଟିକେସନ୍ ମାମଲା ସହ ମୋଟ ୫୭୩ ଗୋଟି ମକଦ୍ଦମା ପଂଇସଲା ହୋଇଥଲା । ସେଥି ମଧ୍ୟରୁ ୪୯୪ ଗୋଟି ଫୌଜଦାରୀ, ୨୩ଟି ମୋଟର ଦୁର୍ଘଟଣା ଜନିତ ମାମଲା, ୫୦ଟି ଦେଓ୍ୟାନି, ୬ଟି ପାରିବାରିକ କଳହ ମକଦ୍ଦମା ଅଟେ । ସେହିଭଳି ଜୋରିମାନା ବାବଦକୁ ମୋଟ ଟ.୧୪୧୮୧୯୨୯.୦୦ ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ ୨୪୬ ଗୋଟି ବ୍ୟାଙ୍କ ମାମଲା ପଂଇସଲା କରାଯାଇ ମୋଟ ୫୩୮୩୩୬୧.୦୦ ଟଙ୍କା ମଧ୍ୟ ଆଦାୟ କରାଯାଇଛି ।

Comments are closed.