କାଣି ନଦୀ ବନ୍ଧରେ ୬୦ ଫୁଟର ଘାଇ

ଯାଜପୁର: କାଣି ନଦୀ ବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଦଶରଥପୁର ବ୍ଲକର ବ୍ରହ୍ମଚାରୀ ପାଟଣା ନିକଟ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ ଗାଁକୁ ବନ୍ୟା ଜଳ ପଶିଛି । ଲୋକ ମାନେ ବନ୍ୟାକୁ ନେଇ ଆତଙ୍କରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ନଦୀ କୁଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଉଛି ।  ବୈତରଣୀରେ ପ୍ରବଳ ପାଣି ଯୋଗୁ ଶାଖା କାଣି ନଦୀରେ ବନ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଅଧିକାରୀ ମାନେ ପହଞ୍ଚିବା ସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।

Comments are closed.