ଯାଜପୁରରୁ ଆଜି ପୁଣି ୭ ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ୩୧୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ପୁଣି୭ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ଦଶରଥପୁର ବ୍ଳକ ଅଞ୍ଚଳର । ସେଥିମଧ୍ୟରୁ ୨ ଜଣ କଲିକତା , ୨ ଜଣ ସୁରତ ଓ ଅନ୍ୟ ୩ ଜଣ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଜଣେ ନାବାଳିକା , ଜଣେ ମହିଳା ଓ ଅନ୍ୟ ମାନେ ପୁରୁଷ । ଏହି ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମର ଜଣେ ୧୦ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିବା ବେଳେ ଚମ୍ପେଇପାଳ ଗ୍ରାମର ଜଣେ ୨୮ ବର୍ଷ ଓ ଅନ୍ୟ ଜଣେ ୩୩ ବର୍ଷର ଯୁବକ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଛି।

ସେହିପରି ଇଚ୍ଛାପୁର ଗ୍ରାମର ଜଣେ ୪୫ ବର୍ଷର ପୁରୁଷ , ବାଲିପାଟଣା ଗ୍ରାମର ଜଣେ ୪୨ ବର୍ଷର ପୁରୁଷ , ଗୁଡ଼ିଆ ପାଟଣା ଗ୍ରାମର ଜଣେ ୫୦ ବର୍ଷର ପୁରୁଷ ଓ ଜଣେ ୪୯ ବର୍ଷର ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି । ମୁଖ୍ୟତଃ ଯାଜପୁର ଜିଲ୍ଲାର ଅନ୍ୟ ବ୍ଳକ ତୁଳନାରେ ଦଶରଥପୁର ବ୍ଳକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି ।

Comments are closed.