୫ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରରେ ବଢିଲା କଟକଣା, ୧୩ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସମାଜ ପୋର୍ଟାଲ ଡେସ୍କ : ଗତକାଲି ଯାଜପୁର ଜିଲାର ୫ କରୋନା ଆକ୍ରନ୍ତ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ କଟକଣାକୁ ବଢାଇ ଦିଆଯାଇଛି । ଏଥି ସହିତ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳକୁ ମଧ୍ୟ ବୃଦ୍ଧି କରାଯାଇଛି । ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ଚିନ୍ତା ବଢାଇଦେଇଛି । ଗତକାଲି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଠାବ କରାଯିବା ସହ ୩ ଟି ପଞ୍ଚାୟତର ୧୩ ଗାଁକୁ ଜିଲାପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜହାନପୁର ପଞ୍ଚାୟତର ୬ଟି ଗାଁ, କୋରେଇ ବ୍ଳକ ମୁକୁନ୍ଦପୁର ପଞ୍ଚାୟତର ୩ଟି ଗାଁ ଏବଂ ଦଶରଥପୁର ବ୍ଲକର ବିରଜାପୁର, ତଲିହା, ବିହାରୀ ପଞ୍ଚାୟତର ୪ଟି ଗାଁକୁ ଜିଲାପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

Comments are closed.