ଆସନ୍ତାକାଲିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ମା’ ବିରଜା

ଯାଜପୁର: ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ବିରଜା। କରୋନା ପାଇଁ ପ୍ରାୟ ତିନି ମାସ ଧରି ବନ୍ଦ ଥିବା ଯାଜପୁରର ମା’ ବିରଜା ମନ୍ଦିର ଅଗଷ୍ଟ ୩ ତାରିଖରୁ ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସୋମବାର କହିଛନ୍ତି ଯେ, କରୋନା ନିୟମାବଳୀକୁ କଡାକଡି ଭାବେ ପାଳନ କରି ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ। ତେବେ ଭୋଗ ଏବଂ ଫୁଲ ନେଇ ମନ୍ଦିରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

Comments are closed.