ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟା ସାରିଫେରୁଥିବା ବେଳେ ଟ୍ରକ ଚାପାରେ ଗଲା ମହିଳାଙ୍କ ଜୀବନ

ଯାଜପୁର : ପୁଣି ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଚଣ୍ଡିଖୋଲ ନିକଟ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ। ମଙ୍ଗଳବାର ସନ୍ଧ୍ୟାରେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ ସ୍ୱାମୀ ଉମେଶ ବଳଙ୍କ ସହ ଅନିତା ଓ ତାଙ୍କ ଝିଅ ଏକ ସ୍କୁଟି ଯୋଗେ ଚଣ୍ଡିଖୋଲ ଅଭିମୁଖେ ଫେରୁଥିଲେ। ରାସ୍ତାରେ ଖାଲଖମା ଥିବାରୁ ସ୍କୁଟି ପଛରେ ବସିଥିବା ଅନିତା ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁ ଏଭଳି ଦୁର୍ଘଟଣା ଘଟି ଚାଲିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛି। ତୁରନ୍ତ ଏହି ବ୍ରିଜରେ ଥିବା ଖାଲଖାମକୁ ମରାମତି କରିବା ସହ ହମ୍ପସ୍ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comments are closed.