ବାଲି ଉଠାଇବା ପାଇଁ ଘାଟକୁ ଯାଇଥିବା ବେଳେ ହଠାତ ମାଡି ଆସିଲା ପାଣି, ନଦୀରେ ବୁଡିଗଲା ୫ ହାଇୱା

ଯାଜପୁର : ନଦୀ ଘାଟକୁ ବାଲି ଉଠାଇବା ପାଇଁ ଯାଉଥିଲା ହାଇୱା । ଅଧାରାସ୍ଥାରେ ହଠାତ ନଦୀରେ ମାଡି ଆସିଲା ପାଣି ଆଉ ତାପରେ ନଦୀରେ ବୁଡିଗଲା ୫ ହାଇୱା । ଏପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ ।

ସୂଚନାଅନୁସାରେ ଶନିବାର ସକାଳେ ଲିଙ୍ଗେଶ୍ୱର ଘାଟରେ ବାଲି ଉଠାଇବା ପାଇଁ ଗାଡିଗୁଡିକ ଯାଇଥିଲା । ହଠାତ୍‌ ଚେକ୍‌ପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡ଼ି‌ ଗୁଡ଼ିକ ବୁଡ଼ି ଯାଇଥିଲା। ଏହାସହ ବାଲି ଲୋଡିଂ କରୁଥିବା ମେସିନ୍‌ ଗୁଡ଼ିକ‌ ମଧ୍ୟ ବୁଡ଼ି ଯାଇଛି। ସୌଭାଗ୍ୟବଶତଃ ଗାଡିର ଡ୍ରାଇଭର ଓ ହେଲପର ମାନେ ଜୀବନ ବିକଳରେ ଗାଡି ଗୁଡିକ ଛାଡି ଦୌଡ଼ି ବାହାରି ଆସିଥିଲେ ।

Comments are closed.