କଲିକତା ଫେରନ୍ତାଙ୍କ ଲାଗି ଯାଜପୁର ପ୍ରଶାସନର ଚିନ୍ତା

୪ ନୂଆ ରୋଗୀଙ୍କର ମଧ୍ୟ କଲକତା ସଂଯୋଗ; ଜିଲାକୁ ଫେରିଛନ୍ତି ୭୦୦ରୁ ଅଧିକ

ଯାଜପୁର: ଗୁରୁବାର ଯାଜପୁରରେ ଚିହ୍ନଟ ହୋଇଥିବା ଆଉ ୪ ଜଣ ରୋଗୀ ବି କଲିକତା ସଂଯୋଗରୁ ସଂକ୍ରମିତ ହୋଇଛନ୍ତି । ଯାଜପୁର ଜିଲାପାଳ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ସୂଚନା ଅନୁସାରେ ୮୪, ୮୫, ୮୬, ଏବଂ ୮୭ ତମ ସଂକ୍ରମିତ ଚାରିଜଣ ହେଲେ କୋଲକାତା ଫେରନ୍ତା ଆକ୍ରାନ୍ତଙ୍କ ପରିବାର ସଦସ୍ୟ । ସେମାନଙ୍କ ମଧ୍ୟରୁ ୩ ଜଣ ଯାଜପୁର ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତରେ ଆଉ ଜଣେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିରଜାପୁର ପଞ୍ଚାୟତରେ । ଏହି ୪ ଜଣଙ୍କୁ ମିଶାଇ ଯାଜପୁର ଜିଲାରେ ୧୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।
ଯେଉଁ ଅଞ୍ଚଳରୁ ଏହି ଲୋକମାନେ ଠାବ ହୋଇଛନ୍ତି ସେହି ଅଞ୍ଚଳର ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଭାବରେ ରହିଛି । ବର୍ତ୍ତମାନ ସବୁଠାରୁ ବଡ କଥା ହେଉଛି, କୋଲକାତାରୁ ୭୦୦ ଲୋକ ଜିଲ୍ଲାକୁ ଫେରିଛନ୍ତି। ଏହାସହ ସମସ୍ତେ ନାଁ ମଧ୍ୟ ପଞ୍ଜିକରଣ କରିଛନ୍ତି । ସେମାନଙ୍କୁ ସବୁ ସରକାରୀ କ୍ବାରେନଣ୍ଟାଇନ୍‌ରେ ରହିବା ସହ ସ୍ବାବ ଟେଷ୍ଟ ପାଇଁ ନମୁନା ପଠାଯାଇଛି।
ସବୁଠୁ ବଡ କଥା ହେଉଛି ଏହି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮୦ ବର୍ଷୀୟ ବୃଦ୍ଧା ରହିଛନ୍ତି । ସେହିପରି ଜଣେ ୭୦ ବର୍ଷ ବୟସ୍କା ମହିଳା ମଧ୍ୟ ରହିଛନ୍ତି । ଏହା ସହିତ ଜଣେ ୪୮ ବର୍ଷିୟ ମହିଳା ଓ ଅନ୍ୟ ଜଣେ ୨୧ ବର୍ଷିୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି । ଯାଜପୁରର ଏପର୍ଯ୍ୟନ୍ତ ମୋଟ ୧୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

Comments are closed.