ବିହାରରୁ ସୁକିନ୍ଦା ପହଞ୍ଚିଲେ ୫୫ଜଣ ଦାଦନ ଶ୍ରମିକ; ହୋମ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ

ଯାଜପୁର : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତଣ୍ଡା ପଞ୍ଚାୟତରୁ ବିହାରକୁ ଦାଦନ କାମ ପାଇଁ ଯାଇଥିବା ୫୫ ଜଣ ଶ୍ରମିକ ପହଞ୍ଚିଛନ୍ତି । ଫେରିବା ଖବର ପାଇ ସୁକିନ୍ଦା ପ୍ରଶାସନ ଶୁକ୍ରବାର ସନ୍ଧ୍ୟାର ସୁକିନ୍ଦା ତହସିଲଦାର, ବିଡ଼ିଓ ଏବଂପୁଲିସ ପହଞ୍ଚି ୧୭ ଜଣଙ୍କୁ ପଞ୍ଚାୟତ କ୍ୱାରେଣ୍ଟାଇନ ରୁମରେ ଓ ୩୭ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପ୍ରଶାସନ ନିର୍ଦ୍ଧେଶ ଦେଇଛି।

ଅନ୍ୟପଟରେ ହୋମ କ୍ୱାରେଣ୍ଟାଇନରେ ଥିବା ୩୭ଜଣଙ୍କ ଉପରେ ନଜର ରଖିବା ପାଇଁ ବର୍ତଣ୍ଡା ଗ୍ରାମ ପଞ୍ଚାୟତ ତରଫରୁ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯାଇଛି। କ୍ୱାରେଣ୍ଟାଇନରେ ଥିବା ସମସ୍ତ ବ୍ୟକ୍ତିମାନେ ସରକାରଙ୍କ କୋଭିଡ-୧୯ର ସମସ୍ତ ନିୟମକୁ ମାନିବା ସହିତ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରିବେ ବୋଲି  କହିଛନ୍ତି । କ୍ୱାରେଣ୍ଟାଇନରେ ଥିବା ସମସ୍ତ ସଦସ୍ୟଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ବର୍ତଣ୍ଡା ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ସାହୁ କହିଛନ୍ତି ।

Comments are closed.