ଅନ୍ୟ ରାଜ୍ୟରେ କରୋନା ବନ୍ଦୀ : ହେଲପ୍ ଲାଇନ ନମ୍ବର ଜାରି କଲା ଜିଲା ପ୍ରଶାସନ

ଯାଜପୁର : ଯାଜପୁର ଜିଲାର ଅଧିବାସୀ ଯଦି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଲକ ଡାଉନ ଯୋଗୁଁ ଫସି ରହିଛନ୍ତି ତେବେ ସେମାନଙ୍କୁ ସହାୟତା କରିବାକୁ ଜିଲା ପ୍ରଶାସନ ପ୍ରତିଶୃତି ଦେଇଛି । ଏ ନେଇ ପ୍ରଶାସନ ପକ୍ଷରୁ ୫ଟି ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି। ସେହି ନମ୍ବର ଗୁଡିକ ହେଉଛି ୦୬୭୨-୮୨୨୦୦୧, ୮୮୯୫୨୬୬୩୪୦, ୮୯୧୭୬୮୧୩୪୩, ୭୦୬୫୭୪୨୮୦୦, ୮୮୯୫୫୧୨୧୯୦ ।

ବର୍ତ୍ତମାନ ସମୟରେ ସାରା ଦେଶରେ ଲକ ଡାଉନ ଜାରି ରହିଥିବାରୁ ରାଜ୍ୟ ବାହାରୁ ଅନେକ ଯାଜପୁରବାସୀ ସେମାନଙ୍କୁ ସହାୟତା କରିବା ପାଇଁ ନିବେଦନ କରିବା ପରେ ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଅଭିଯୋଗ ମିଳିବା ପରେ ସଂପୃକ୍ତ ଅଞ୍ଚଳର ଜିଲା ପ୍ରଶାସନ ସହିତ ଯୋଗାଯୋଗ କରି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ରବିବାର ଯାଜପୁରର ବିର୍ଜା କେବୁଲ ସଂସ୍ଥା ପକ୍ଷରୁ ୨୫ ହଜାର , ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହେଲୀ ପକ୍ଷରୁ ୨୦ ହଜାର, ବ୍ୟବସାୟୀ କିରନ ବେହେରା ୫୦ ହଜାର ଟଙ୍କା ଏବଂ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

Comments are closed.