ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଯାଜପୁର: ଯାଜପୁର ରୋଡ ଅନ୍ତର୍ଗତ ନୂଆମାର୍କେଟ ଗାନ୍ଧିଛକ ନିକଟରେ ଶନିବାର ଜଣେ ବିବାହିତ ମହିଳା କିରାସିନ ଢାଳିହୋଇ ଅତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପାରିବାରିକ ଅସନ୍ତୋଷ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦହ କରାଯାଉଛି।

ସୂଚନା ଅନୁଯାୟା, ସମ୍ପୃକ୍ତ ମହିଳା ଜଣଙ୍କ ଗତ ପାଞ୍ଚ ବର୍ଷ ତଳେ କୋରେଇ ଅଞ୍ଚଳରେ ବିବାହ କରିଥିଲେ। ବିବାହର ୨୮ ଦିନ ପରେ ଶାଶୂଘର ସହ ନ ପଡିବାରୁ ସେ ନିଜ ବାପଘରେ ଆସି ରହୁଥିଲେ। ବାପଘରେ ରହିବା ଫଳରେ ସେ ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇଥିବା ସୂଚନା ମିଳିଛି । ଫଳରେ ଆଜି ସକାଳୁ ବାପଘର ନିକଟରେ ଥିବା ପାଇଖାନା ମଧ୍ୟରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ନିକଟରେ ଥିବା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ଡାକ୍ତରଙ୍କୁ ଔଷଧ ଦେବାରେ ସହଯୋଗ ନ କରିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.