ଆରମ୍ଭ ହେଲାଣି ଧାନ ଅମଳ : ସଂଗ୍ରହ ପାଇଁ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର : ଆରମ୍ଭ ହେଲାଣି ଧାନ ଅମଳ । ହେଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନାହିଁ କୌଣସି ବ୍ୟବସ୍ଥା । ଚଳିତ ବର୍ଷ ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତି ନେଇଥିଲେ ହେଁ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇନଥିବାରୁ ଧାନ ବିକ୍ରି କରିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଯାଜପୁର ବ୍ଲକ ତଳିହା ସମବାୟ ସମିତିରେ ଦେଖାଦେଇଛି ଏଭଳି ସମସ୍ୟା। ସମିତିର ୫୮୦ ଜଣ ଚାଷୀଙ୍କ ମଧ୍ୟରୁ ୩୮୦ ଜଣ ଆବେଦନ କରିଥିବା ବେଳେ ମାତ୍ର ୧୩୨ ଜଣ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି । ଫଳରେ ବାକି ଚାଷୀ ମାନେ ଚଳିତ ବର୍ଷ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ । ଏହାର ପ୍ରତିବାଦରେ ଆଜି ଶତାଧିକ ଚାଷୀ ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ । ତୁରନ୍ତ ଚାଷୀଙ୍କ ନାମକୁ ପଞ୍ଜୀକରଣ କରି ସେମାନଙ୍କ ଠାରୁ ଧାନ ସଂଗ୍ରହ କରିବାକୁ ଦାବି କରିଥିଲେ । ସେପଟେ ଏ ନେଇ ତଦନ୍ତ କରାଯିବ ଓ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି ଏ ଆର ସି ଏସ ର ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.