ଅଚାନକ ହସ୍ପିଟାଲ ପରିଦର୍ଶନ କଲେ ଏସପି

ଯାଜପୁର: ଯାଜପୁର ଏସପି ଚରଣ ସିଂ ମିନା  ଗୁରୁବାର ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ରାଜ୍ୟରେ  ମୋ ସରକାର କାର୍ଯ୍ୟକ୍ରମର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜଟେଟିଂଭ କୁ ହଟାଯାଇଛି କି ନାହିଁ ଯାଞ୍ଚ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୁତି ବିଭାଗ, ଶିଶୁ ବିଭାଗ ସହ ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଥିଲେ ।  ରୋଗୀଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ମାଗଣା ଔଷଧ ଲାଗି ଲମ୍ବା ଲାଇନରେ ଥିବା ରୋଗୀଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । କୌଣସି ଦଲାଲ ବା ମଧ୍ୟସ୍ଥି ହଇରାଣ ହରକତ କଲେ ଜିଲା ପୁଲିସର ସହାୟତା ନମ୍ବର ୧୦୦ରେ କିମ୍ବା  ସ୍ଥାନୀୟ ପୋଲିସ କୁ ସୂଚନା ଦେବାକୁ ଏସପି ରୋଗୀକୁ ସୂଚନା ଦେଇଛନ୍ତି । ଏହି ଅଚାନକ ପରିଦର୍ଶନ ସମୟରେ ମେଡିକାଲ ସିଡିଏମଓ ଏବଂ  ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ ।

Comments are closed.