ଗ୍ଲୋବାଲ ପିସ୍ ପାଂଉଣ୍ଡେସନ ପକ୍ଷରୁ ‘ୱାର୍ଲ୍ଡ ଇଂଟିଗ୍ରେସନ ଡେ’ ପାଳିତ

ଯାଜପୁର : ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଗ୍ଲୋବାଲ ପିସ୍ ପାଂଉଣ୍ଡେସନ ପକ୍ଷରୁ ୱାର୍ଲ୍ଡ ଇଂଟିଗ୍ରେସନ ଡେ ପାଳିତ ହୋଇଯାଇଛି । ସାରା ବିଶ୍ୱକୁ ଏକ ସୁତ୍ରରେ ବାନ୍ଧିବା ଲକ୍ଷ୍ୟରେ ଫାଉଣ୍ଡେସନ ପକ୍ଷରୁ ନବବର୍ଷ ଅର୍ଥାତ ଜାନୁଆରି ୧ ତାରିଖକୁ ୱାର୍ଲ୍ଡ ଇଂଟିଗ୍ରେସନ ଡେ ଭାବେ ପାଳନ କରାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ଡା.ରାଜକିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ପ୍ରପେଂସର ଡଃ ସୁଧୀର ଚନ୍ଦ୍ର ଜେନା ଯୋଗ ଦେଇ ସାଂପ୍ରତିକ ସମୟରେ ବିଶ୍ୱରେ ଏକତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପାଂଉଣ୍ଡେସନର ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଏଥିସହିତ ଡଃ ସୁଧୀର ଚନ୍ଦ୍ର ଜେନାଙ୍କୁ ପାଂଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed.