ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସମ୍ପର୍କରେ କର୍ମଶାଳା

ଯାଜପୁର : ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ପୋକସୋ ଆଇନର ସରକାରୀ ଆଇନଜିବୀ ରାଜୀବ ମହାନ୍ତି, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ରିତା ବେହେରା ପ୍ରମୁଖ ଯୋଗ ଦେଇ ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସମ୍ବଦ୍ଧିୟ ଘଟଣା ସମ୍ପର୍କରେ ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଅତ୍ୟନ୍ତ ସତର୍କତାର ସହିତ କାର୍ଯ୍ୟକରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଯେପରିକି ପିଡୀତା ସମ୍ପର୍କରେ କୌଣସି ସୂଚନା ନ ଦେବା, ଗାଁ ଓ ଠିକଣାକୁ ଗୁପ୍ତ ରଖିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଥିଲା । ଏହି କର୍ମଶାଳାରେ ଜିଲାର ବିଭିନ୍ନ ବ୍ଲକରୁ ବହୁ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ।

Comments are closed.