ଏସସି / ଏସଟି ନିର୍ଯ୍ୟାତନା ନିବାରଣ ଆଇନ ସମ୍ପର୍କରେ ବୈଠକ

ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶନିବାର ଅନୁସୂଚୀତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନର ଧାରା-୧୭ ଅନୁଯାୟୀ ଜିଲା ସ୍ତରୀୟ ସତର୍କତା ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସାଂସଦ ସର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଓ ଜନ ଜାତିର ବ୍ୟକ୍ତି ମାନଙ୍କ ପାଇଁ ରହିଥିବା ସରକାରୀ ବ୍ୟବସ୍ଥାକୁ ସେମାନଙ୍କ ନିକଟରେ ଊପଲବ୍ଧ କରାଇବାକୁ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

 ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ କୋରେଇ ବିଧାୟକ ଅଶୋକ କୁମାର ବଳ ପ୍ରମୁଖ ଯୋଗଦେଇ ସରକାରୀ ଯୋଜନା ଗୁଡିକର ସପଂଳ ରୂପାୟନ ପାଇଁ ଦାୟିତ୍ୱରେ ଥିବା ବିଭାଗ ଗୁଡିକର ଅଧିକାରୀ, କର୍ମଚାରୀ ମାନେ ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲା ମଙ୍ଗଳ ଅଧିକାରୀ ଚେତନା ସେଠୀ, ଆଇନଜିବୀ, ବିଧାୟକଙ୍କ ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତିର ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

Comments are closed.