ଖରତ୍ସୋତା ନଦୀରେ ବୁଡ଼ିଯାଇ ନିଖୋଜ ଥିବା ନାବାଳିକାର ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ ଖରତ୍ସୋତା ନଦୀର ତନ୍ତିଘାଇ ଠାରେ ବୁଡ଼ିଯାଇ ନିଖୋଜ ଥିବା ନାବାଳିକାର ମୃତଦେହ ମଙ୍ଗଳବାକ ଉଦ୍ଧାର କରାଯାଇଛି । ବିଝାଂରପୁର ଥାନା ଏରଡ଼ା ଅଞ୍ଚଳରୁ ଓଡ଼୍ରାଫ କର୍ମଚାରୀ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ଗାଧୋଇବାକୁ ଯାଇ ସଦରଥାନା ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ପାଣିରେ ବୁଡ଼ିଯାଇଥିଲେ। ଜଣକୁ ତୁରନ୍ତ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ରହିଥିଲେ। ଆଜି ଓଡ଼୍ରାଫ ଟିମ ଖୋଜାଖୋଜି କରୁଥିବା ବେଳେ ଘଟଣାସ୍ଥଳରୁ ୬ କିଲୋମିଟର ଦୂର ଖରତ୍ସୋତା ନଦୀର ଏରଡ଼ା ଗ୍ରାମ ନିକଟରୁ ନିଖୋଜ ନାବାଳିକାର ସାଇସ୍ତାର ମୃତଦେହ ଉଦ୍ଧାର ହୋଇଛି। ଯାଜପୁର ସଦର ପୁଲିସ ମୃତଦେହକୁ ଜବତ କରି ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି ।

Comments are closed.