ଯାଜପୁରରୁ ନକଲି ଅଟାକଳ ଠାବ,୧ ଗିରଫ

ଯାଜପୁର:ଯାଜପୁରରେ ନକଲି ଅଟା କାରଖାନାକୁ ଠାବ କରିଛି ପୁଲିସ। ସେଠାରୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନିର ଅଟା ତିଆରି ଜରି,ମେସିନ,ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୁଲିସ । ଏହି ଘଟଣାରେ ଯାଜପୁର ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେଶବ ଚନ୍ଦ୍ର ପାଣି । ଯାଜପୁର ଥାନା ଦେବୀଦ୍ୱାର ଅଞ୍ଚଳରେ କେଶବ ନିଜର ଅଟା କଳ ଚାଳାଉଥିଲେ । ସେଠାରେ ଗହମ ପେଶାଇ ବିଭିନ୍ନ ନାମୀ ଦାମୀ କମ୍ପାନିର ଜରି ଆଣି ସେଥିରେ ସାଧାରଣ ଅଟାକୁ ପ୍ୟାକିଂ କରି ବଜାରକୁ ଛାଡୁଥିଲେ । ଏ ନେଇ ପରିବାର ଅଟା କମ୍ପାନି ପ୍ରଥମେ କଲିକତାର ଏକ ଘରୋଇ ଡିଟେକଟିଭ କମ୍ପାନିର ସହାୟତା ନେଇଥିଲେ । ଉକ୍ତ କମ୍ପାନି ଅନୁସନ୍ଧାନ କରି ଜାଣିବା ପରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ଯାଜପୁର ପୁଲିସ ଆଜି ଉକ୍ତ ଅଟା କଳ ଉପରେ ଚଢ଼ାଉ କରିଥିଲା । ସେଠାରୁ ଅଟା ପ୍ୟାକେଟ ସହିତ ପ୍ୟାକିଂ ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ପୁଲିସ ଅଭିଯୁକ୍ତ କେଶବକୁ ଗିରଫ କରିଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରିବ ବୋଲି ଜଣାପଡିଛି ।

Comments are closed.